Category Archives: Uncategorized
Rising Sun
ଏକଦିନ ଏମିତି ଆସିବ
✍ଏମିତି ଏକ ଦିନ ଆସିବ✍
✉✉✉✉✉✉✉✉
ଏକ ଦିନ ଏମିତି ଆସିବ
ଝାଉଁଳି ଥିବା ଫୁଲ ହସିବ
ରଙ୍ଗୀନ ହୋଇବ ପୂରୁବ ଆକାଶ
ହୃଦୟ ଆଶାର ଗୀତ ଗାଇବ ||
ସେହି ଆଶାରେ ସଂଗ୍ରାମ
ଲଢିଯିବା ଅବିରାମ
ହଜାର ମଣିଷର ଅଭିଯାନ
ତେଣୁ ଆଜି ଚାଲିଛି ଚାଲିବ
ଏକ ଦିନ ଏମିତି……………….||
ଆମେ ଅଛୁ ତୁମର ସାଥିରେ
ଲଢିବା ମିଳି ଏକ ସାଥିରେ
କରୋନା ହଟିବ ଧରଣୀ ବକ୍ଷରୁ
ହୃଦୟ ଆଶାର ଗୀତ ଗାଇବ
ଏକ ଦିନ ଏମିତି…………..||
ମାସ୍କ ପିନ୍ଧି ଦୂରତା ରଖିବା
ଲକ୍ଷଣ ଦେଖି ପଥି ଖାଇବା
ନିଦାନ ଉପାୟ ନିଶ୍ଚୟ ମିଳିବ
ହୃଦୟ ଆଶାର ଗୀତ ଗାଇବ
ଏକଦିନ ଏମିତି…………….||
ଆମେ ଲଢୁଛୁ ଲଢିଯିବା
କରୋନା ବିରୁଦ୍ଧେ ଜିତିବା
ନିଦାନ ତାହାର ସମ୍ଭବ କରିବା
ହୃଦୟ ଆଶାର ଗାଇବ
ଏକଦିନ ଏମିତି………..||
ତେଣୁ ହୁଅନା ମ୍ରୀୟମାଣ
ନୂତନ ବେଗେ ଆସିବ ସଂଗ୍ରାମ
ଏକ ସୁରେ ବାନ୍ଧିବ ଶତପ୍ରାଣ
ନୂତନ ଭାକ୍ସିନ ପଥି ଆସିବ
ହୃଦୟ ଆଶାର ଗୀତ ଗାଇବ
ଏକ ଦିନ ଏମିତି……….||
ସେଇ ଭୟଟିକକ ଆଗକୁ ରଖ
ବ୍ୟାସ କବି ଫକୀର ମୋହନ ସେନାପତି
ଅନ୍ଧ ବିଶ୍ବାସର ପ୍ରହେଳିକା ଯହିଁ
କରିଥିଲା ଅଧିଷ୍ଠାନ
ଆଙ୍କି ଦେଇଥିଲେ ବିଶ୍ବାସର ଚିତ୍ର
ପୂଜ୍ୟ ଫକୀର ମୋହନ ||
ନକାରାତ୍ମକର ଭାବନା ସମୁହ
ତାଙ୍କ ଲେଖନୀ ମୁନରେ
ସକାରାତ୍ମକରେ ଚିତ୍ରିତ ହୋଇଛି
ନବ ଭାବ ସ୍ପନ୍ଦନରେ ||
ସର୍ଜନଶୀଳତା ସମ୍ରାଟ ଅଟନ୍ତି
ମଣିଷ ଭାବରେ ସିଏ
ବୁଦ୍ଧି ବିବେକର ସୁଦକ୍ଷ ବିନ୍ଧାଣୀ
ଦକ୍ଷ ସେନାପତିଟିଏ ||
ଓଡିଆଙ୍କ ପ୍ରତି କୃତଜ୍ଞଚିତ୍ତ ସେ
ସାହିତ୍ୟର ସେନାପତି
ଆତ୍ମାରେ ଯାହାର ସହୃଦୟତାର
ସମ୍ମୁଜ୍ଜ୍ବଳ ଭାବମୂର୍ତ୍ତୀ ||
ଅନେକ ସଙ୍ଘର୍ଷ ଜୀବନେ କରିସେ
ଆମ ଲାଗି ନୀଳ ଆକାଶ
ଅନେକ ଉପେକ୍ଷା ବିରୋଧ ଏଡାଇ
ରଚିଗଲେ ଇତିହାସ ||
ଅବିମୃଶ୍ୟକାରୀ ଭାବକୁ ମନରୁ
ଦୃଢ ଭାବେ ପରାହତ
କରି ଜୀବନରେ ପ୍ରତିଷ୍ଠା କରିଲେ
ଆମ ଓଡିଆ ସାହିତ୍ୟ ||
ଉନବିଂଶ ଅର୍ଦ୍ଧ ଶତାବ୍ଦୀର ସିଏ
ଓଡିଆ ଆଲୋକ ବର୍ତ୍ତିକା
ଜୀବନର ଯେତେ ଅଭାବ ବୋଧରେ
ପୂର୍ଣ୍ଣ ଅବବୋଧ ଲେଖା ||
ପଢା ବହିଠାରୁ ପତ୍ର ପତ୍ରିକାଦି
ମୁଦ୍ରା ଯନ୍ତ୍ର ପ୍ରତିଷ୍ଠାରେ
କବିତାରୁ ଗଳ୍ପ ଉପନ୍ୟାସ ଲେଖି
ଅମର ସେ ଓଡିଶାରେ ||
ମୁକ୍ତି ଓ ସ୍ବସ୍ତିର ଆନନ୍ଦ ଭରିଲେ
ତାଙ୍କ ରମ୍ୟ ସାହିତ୍ୟରେ
ଓଡିଆ ଜାତିର ଅସ୍ମିତାର ରକ୍ଷା
ପଣ ତାଙ୍କ ଜୀବନର ||
ଓଡିଶାର ଗ୍ରାମ ନଗର ଆଦିର
ଛବି ତାଙ୍କ ରଚନାରେ
ଓଡିଆଙ୍କ ଭାଷା ଓଡିଆ ଚଳଣୀ
ସଂସ୍କୃତି ଆଦିରେ ଭରେ ||
ତାଙ୍କ କାର୍ଯ୍ୟଧାରା ବହୁ ସମସ୍ୟାର
କରିଥିଲା ସମାଧାନ
ଗୁଣାତ୍ମକ ଅବା କଳାତ୍ମକ ତାଙ୍କ
ଉତ୍କର୍ଷତାର ପ୍ରମାଣ ||
ତାଙ୍କରି ଜୀବନ ଏ ଦେଶ ଜାତିର
ସର୍ବଶ୍ରେଷ୍ଠ ଇତିହାସ
ସମ୍ବେଦନାଠାରୁ ସ୍ବାଭିମାନ ଅବା
ସଂଘର୍ଷର ନନ୍ଦିଘୋଷ ||
ଅସାଧାରଣ ସେ ମହାନ ଆଦର୍ଶର
ଶାଣିତ ନିଛକ ସତ୍ୟ
କାଳଜୟୀ ଅଟେ ତାଙ୍କର ସର୍ଜନା
ତାଙ୍କ ଓଡିଆ ସାହିତ୍ୟ ||
ଆମ ଆଧୁନିକ ଓଡିଆ ସାହିତ୍ୟ
କଥା ସାହିତ୍ୟ ଜନକ
ଆମରି ଓଡିଆ ଜାତୀୟ ଜୀବନ
ଅଭ୍ୟୁତ୍ଥାନ ପ୍ରବର୍ତ୍ତକ ||
ପବିତ୍ର ମକର ସଂକ୍ରାନ୍ତି ତିଥିରେ
ମଲ୍ଲିକାଶପୁର ଗ୍ରାମେ
ଜନ୍ମ ଲଭିଥିଲେ ଫକୀର ମୋହନ
ପୁଣ୍ୟ ବାଲେଶ୍ବର ଭୂମେ ||
ଅଷ୍ଟାଦଶ ଶତ ତେୟାଳିଶ ସାଲ
ମକର ସଂକ୍ରାନ୍ତି ଠାରୁ
ଉଣେଇଶ ଶହ ଅଠର ମସିହା
ପହିଲି ରଜରେ ସରୁ
ଥିବା ସମୟର ଅବଧି ବିସ୍ତୃତ
ତାଙ୍କର ଜୀବନ କାଳ
ଅନେକ ସଂଘର୍ଷ କରିଣ ଜୀବନେ
ଗବାହୁଡିଲେ ଦେଖି ବେଳ||
ଲେଖନୀ ତାଙ୍କର ଚିର ପ୍ରବହନ୍ତି
ପ୍ରଗଳ୍ଭା ତଟିନୀ ପରି
ସୃଷ୍ଟି କରିଥିଲା ଗଳ୍ପ ଉପନ୍ୟାସ
ଗଦ୍ୟ ପଦ୍ୟ ଏକାପରି ||
ଲଛମନିଆଁ ଠୁ ମାମୁଁ ଓ ଲଛମା
ଛଅ ମାଣ ଆଠ ଗୁଣ୍ଠ
ପ୍ରାୟଶ୍ଚିତ ଆଦି ଉପନ୍ୟାସ ଆମ
ସାହିତ୍ୟ ମାଇଲ ଖୂଣ୍ଟ ||
ରେବତୀରୁ ନେଇ ଡାକମୁନ୍ସୀ ସାଥେ
ପେଟେଣ୍ଟ ମେଡିସିନରେ
‘ପାଠୋଇ ବୋହୂ’ ବା ‘ସୁନା ବୋହୂ’ ହେଉ
‘ରାଣ୍ଡୀ ପୁଅ ଅନନ୍ତା’ରେ ||
ଅନ୍ୟାୟ କଷଣ ଅତ୍ୟାଚାର ଅବା
ଅନ୍ଧ ବିଶ୍ବାସ ବିରୁଦ୍ଧେ
ଅତ୍ୟନ୍ତ ଶାଣିତ ଲେଖନୀ ତାଙ୍କର
ସମାଜ ସଂସ୍କାର ଯୁଦ୍ଧେ ||
ଆତ୍ମ ଜୀବନୀର ପ୍ରଥମ ପୁସ୍ତକ
‘ ଆତ୍ମ ଜୀବନ ଚରିତ’
ଓଡିଆ ସାହିତ୍ୟ ଆକାଶରୁ କେବେ
ହେବନାହିଁ ଅନ୍ତର୍ହିତ ||
ଉତ୍କଳ ପ୍ରଦେଶେ ନାରୀ ଶିକ୍ଷା ପ୍ରତି
ନକାରାତ୍ମକର ଭାବ
ରେବତୀ ଗଳ୍ପରେ ଆଙ୍କି ଦେଇଛନ୍ତି
ଦୁର୍ଭିକ୍ଷର ପରାଭବ ||
ରେବତୀ ମନରେ ପାଠ ପଢିବାର
ଆଗ୍ରହ ପରିପ୍ରକାଶ
ଭରି ଦେଇଛନ୍ତି ନାରୀ ଶିକ୍ଷା ପ୍ରତି
ନବ ଆଗ୍ରହ ଉନ୍ମେଶ ||
ଦେୱାନ ଭାବରେ ଭୂୟାଁ ମେଳି ମଧ୍ୟେ
ରାଜବାଟିକୁ ବଞ୍ଚାଇ
ପ୍ରଚଣ୍ଡ ଧୀଶକ୍ତି ଦେଖାଇଛନ୍ତି ସେ
କେନ୍ଦୁଝରେ ବନ୍ଦୀ ଥାଇ ||
ଉନବିଂଶ ତମ ଶତାବ୍ଦୀର ଅଧା
ତାଙ୍କ ଲେଖନୀ ନିଃସୃତ
ସାହିତ୍ୟ ସମୃଦ୍ଧ କରି ଯାଇଛନ୍ତି
ଗଳ୍ପ ଉପନ୍ୟାସାମୃତ ||
ତୁମ ତିରୋଧାନ ଦିବସରେ ଆଜି
ପହିଲି ରଜାବସରେ
କୋଟି କୋଟି ବାର ପ୍ରଣାମ କରୁଛି
ଆଶିର୍ବାଦ କର ବାରେ ||
ଏ ଜାତି ଅସ୍ମିତା ସ୍ବାଭିମାନ ନେଇ
ଚିରକାଳ ବଞ୍ଚିଥାଉ
ଚରାଚର ବିଶ୍ବେ ସବୁ ସରିଯାଉ
ଜାତି ମୋର ଠିଆ ହେଉ ||
Happy Raja Sankranti



