https://storymirror.com/read/poem/english/hntptvql/rain-rain-come-again/detail
Category Archives: Uncategorized
Kshanika
ଆଶାଢର ଆଗମନେ
How great you are!
ହା ପଇସା
✍ହା ପଇସା✍
✉✉✉✊✊✊✉✉✉
ହା ପଇସା , ହା ଟଙ୍କା
ପାଖରେ ଥିଲେ ତୁ ସରଗ ସୁଖ
ନ ଥିଲେ ଲାଗଇ ଫାଙ୍କା ଫାଙ୍କା ||
ପଇସା ନଥିଲେ କହଇ ଶୁକୁଟା
“ଆବେ ପରଶୁ ଯାଆବେ ପରଶୁ
ତୋର ନାହିଁ କିଛି ଦାମ୍”
ପଇସାରେ ହେଲେ ପକେଟ ଗରମ
ସେଇ ଶୁକୁଟା ତ ଯୋଡହସ୍ତରେ କହେ
“ନମସ୍କାର !ବାବୁ ପରଶୁ ରାମ” ||
ଶୁଣ୍ ଭାଇ ବଳରାମ୍
ପଇସା କ୍ୟା ନା କରେ କାମ୍
ପଇସା ଆଶାରେ ଭାବପୀରତି ହେ
ପଇସା ବିହୁନେ ଅଖ ଚକ ସବୁ ଜାମ୍ ||
ପଇସାର ବଡ ଭାଇ ଟଙ୍କା
ପାଖରେ ଥିଲେ ସଭିଙ୍କ ଆଦର
ନଥିଲେ ଦେଖିଲେ କବାଟ କିଳନ୍ତି
ଅବା ଚଳନ୍ତି ମୁହଁ କରିଦେଇ ବଙ୍କା||
ପାଶେ ଥିଲେ ଟଙ୍କା ପଇସା
ମାଆ କରୁଥାଏ କୋଟି ଆଦର
ବାପା କରେ ଶତ ପ୍ରଶଂସା
ଭାର୍ଯ୍ୟା କରେ ପ୍ରୀତି ସମ୍ଭାଷଣ ରଙ୍ଗେ
ଘର ସ୍ବର୍ଗପୁରୀ ଲାଗେ ସହସା ||
ପାଖରେ ନଥିଲେ ଟଙ୍କା
ସଭିଙ୍କର ମୁହଁ ବଙ୍କା
ମାତା ନିନ୍ଦା କରେ ପିତା ନିନ୍ଦା କରେ
ଭାରିଜା ଗାଳିରେ ଜୀଇଁ ଥାଉଁ ଥାଉଁ ମରେ
ସମ୍ଭାଷଣ ନାହିଁ କର୍କଶ ଭାଷଣ
ଦୁର୍ବିସହ ଏଇ ଜୀବନଟା ଖାଲି
ଲାଗୁଥାଏ ଫାଙ୍କା ଫାଙ୍କା ||
କରୁଥିଲେ ପଇସା ଠଣ୍ ଠଣ୍
ମଦ ମାଂସ ଭୋଜିବଳେଜିତି ନିର୍ବାଚନ
ମାଫିଆ ଗୁଣ୍ଡା ଦଲାଲ ପାଖରୁ
ମିଳେ ବିଡା ବିଡା କମିସନ୍
ସରକାରୀ କଳ ପୁଲିସ୍ ବଳ
କରାୟତ୍ତ କଚେରୀ ଆଇନ୍ ||
ପଇସା ନଥିଲେ ପାଖରେ
ଆପଣା ଲୋକଟା ପର ହୋଇଯାଏ
ଚିହ୍ନା ବି ଅଚିହ୍ନା ହୁଏ
ପଇସାଟି ଥିଲେ ପାଖରେ
ପର ଲୋକଟି ବି ଆପଣାର ପରି
ନିଜ ଗଣ୍ଠିଧନ କରେ ||
ମୋହ କଥା ଶୁଣ ଥରେ
ଧାଇଁଲେ ପଇସା ପଛରେ
ମଣିଷ ପଣିଆ ସରେ
ଭଲ ମଣିଷଟେ ହେବା ପାଇଁ ହେଲେ
ପଇସା ମୋହଠାରୁ ରୁହ ଦୂରେ ||
✍ଶୁକଦେବ ମହାନ୍ତ✍
