
ମୟୂରୀ ଗୋ ତୁମେ

God is good


✍ନିରବତା✍
✉✉✉✉✉✉✉✉
ନିରବତା
ନୁହେଁ ଦୁର୍ବଳତା
ମନ ଓ ଶରୀରପାଇଁ
ଏକ ଆବଶ୍ୟକତା
ନିରବତାର ଶୂନ୍ୟତା
ସକଳର ସୃଷ୍ଟିକର୍ତ୍ତା ||
ଅନ୍ତରୀକ୍ଷରେ ନିରବତା
ସୃଷ୍ଟି କରିଛି ନୀହାରିକା
କେତେ ଶାନ୍ତ କାନ୍ତ
ଲାଗୁଥିବ ସତେ
ସେ ମହାକାଶର ଶୂନ୍ୟତା!
ଶୂନ୍ୟତା ଓ ନିରବତା
ଆଣିଦିଏ ପୂର୍ଣ୍ଣ ଏକାଗ୍ରତା
ଆତ୍ମା ସଙ୍ଗେ ପରମାତ୍ମାର ସଂପର୍କ
ଗଢିତୋଳେ ଚିନ୍ତା ଚୈତନ୍ୟର ଏକତା
ଜୀବନର ପ୍ରତିଟି କର୍ମେ ରଚେ ସଫଳତା||
ଯିଏ ପାଳୁଥାଏ ନିରବତା
କହିବା ପୂର୍ବରୁ କରେସେ ଗଭୀର ଚିନ୍ତା
ବକ୍ତବ୍ୟର ଭାବାର୍ଥର ପ୍ରକୃତ ସତ୍ୟତା
କରିବା କହିବା ଆଗୁ
ନିରବେ ଖଟାଏ ତା ବୁଦ୍ଧିମତ୍ତା ||
ନିରବତା ପାଳୁଥିବା ଜନ
ମତଦିଏ ଅତି ମୂଲ୍ୟବାନ
ବୋକା ନୁହେଁ ଖୁବ୍ ବୁଦ୍ଧିମାନ
ଭାବ ଲାଜକୁଳା କହେନାହିଁ ବୋଲି ମୂଲ୍ୟହୀନ||
ପାଶେ ତାର ଧୈର୍ଯ୍ୟ ସୀମାହୀନ
ହିମାଳୟ ସମ ଆତ୍ମବିଶ୍ବାସମାନ
ପ୍ରଚଣ୍ଡ ଧୀ କରିବାକୁ ବିଶ୍ଳେଷଣ
ଦକ୍ଷତାମାନ କରିବାକୁ ନିଜ କର୍ମମାନ
କାହାର ସହାୟତା ନାହିଁ ପ୍ରୟୋଜନ ||
ନୁହେଁ ସିଏ ଅସାମାଜିକ
ଶତ ପ୍ରତିଶତ ସାମାଜିକ
ନିରବେ କରଇ ସବୁ ଉପଯୋଗତକ
ଅସାଧ୍ୟ ସାଧନ କରେ ଶାନ୍ତିର ବାହକ ||
କୋଳାହଳ ପରିପୂର୍ଣ୍ଣ ପୃଥିବୀ ବକ୍ଷରେ
ଶତଚେଷ୍ଟାରେ ମିଳେନି ନିରବତା ଥରେ
ମହାମାରୀ ଆଜିକରିଅଛି ଚେଷ୍ଟା ଥରେ
ମୁହେଁ ତୁଣ୍ଡି ବାନ୍ଧି ବାଧ୍ୟ ସର୍ବେ ରହିବାକୁ ଘରେ ||
ଏହି ଭୟଟିକୁ ସଦା ରଖ ହେ ବୁକୁରେ
ନିରବତା ରକ୍ଷା କର ଏହି ପୃଥିବୀରେ
ଶରୀର ଭିତରେ ବାହାରେ ସବୁଠାରେ
ନିରବତା ପହଞ୍ଚାଇଦେବ ସଫଳତାର ଶୀଖରେ || ✍ଶୁକଦେବ ମହାନ୍ତ✍
✍ନିରବତା✍
✉✉✉✉✉✉✉✉
ନିରବତା
ନୁହେଁ ଦୁର୍ବଳତା
ମନ ଓ ଶରୀରପାଇଁ
ଏକ ଆବଶ୍ୟକତା
ନିରବତାର ଶୂନ୍ୟତା
ସକଳର ସୃଷ୍ଟିକର୍ତ୍ତା ||
ଅନ୍ତରୀକ୍ଷରେ ନିରବତା
ସୃଷ୍ଟି କରିଛି ନୀହାରିକା
କେତେ ଶାନ୍ତ କାନ୍ତ
ଲାଗୁଥିବ ସତେ
ସେ ମହାକାଶର ଶୂନ୍ୟତା!
ଶୂନ୍ୟତା ଓ ନିରବତା
ଆଣିଦିଏ ପୂର୍ଣ୍ଣ ଏକାଗ୍ରତା
ଆତ୍ମା ସଙ୍ଗେ ପରମାତ୍ମାର ସଂପର୍କ
ଗଢିତୋଳେ ଚିନ୍ତା ଚୈତନ୍ୟର ଏକତା
ଜୀବନର ପ୍ରତିଟି କର୍ମେ ରଚେ ସଫଳତା||
ଯିଏ ପାଳୁଥାଏ ନିରବତା
କହିବା ପୂର୍ବରୁ କରେସେ ଗଭୀର ଚିନ୍ତା
ବକ୍ତବ୍ୟର ଭାବାର୍ଥର ପ୍ରକୃତ ସତ୍ୟତା
କରିବା କହିବା ଆଗୁ
ନିରବେ ଖଟାଏ ତା ବୁଦ୍ଧିମତ୍ତା ||
ନିରବତା ପାଳୁଥିବା ଜନ
ମତଦିଏ ଅତି ମୂଲ୍ୟବାନ
ବୋକା ନୁହେଁ ଖୁବ୍ ବୁଦ୍ଧିମାନ
ଭାବ ଲାଜକୁଳା କହେନାହିଁ ବୋଲି ମୂଲ୍ୟହୀନ||
ପାଶେ ତାର ଧୈର୍ଯ୍ୟ ସୀମାହୀନ
ହିମାଳୟ ସମ ଆତ୍ମବିଶ୍ବାସମାନ
ପ୍ରଚଣ୍ଡ ଧୀ କରିବାକୁ ବିଶ୍ଳେଷଣ
ଦକ୍ଷତାମାନ କରିବାକୁ ନିଜ କର୍ମମାନ
କାହାର ସହାୟତା ନାହିଁ ପ୍ରୟୋଜନ ||
ନୁହେଁ ସିଏ ଅସାମାଜିକ
ଶତ ପ୍ରତିଶତ ସାମାଜିକ
ନିରବେ କରଇ ସବୁ ଉପଯୋଗତକ
ଅସାଧ୍ୟ ସାଧନ କରେ ଶାନ୍ତିର ବାହକ ||
କୋଳାହଳ ପରିପୂର୍ଣ୍ଣ ପୃଥିବୀ ବକ୍ଷରେ
ଶତଚେଷ୍ଟାରେ ମିଳେନି ନିରବତା ଥରେ
ମହାମାରୀ ଆଜିକରିଅଛି ଚେଷ୍ଟା ଥରେ
ମୁହେଁ ତୁଣ୍ଡି ବାନ୍ଧି ବାଧ୍ୟ ସର୍ବେ ରହିବାକୁ ଘରେ ||
ଏହି ଭୟଟିକୁ ସଦା ରଖ ହେ ବୁକୁରେ
ନିରବତା ରକ୍ଷା କର ଏହି ପୃଥିବୀରେ
ଶରୀର ଭିତରେ ବାହାରେ ସବୁଠାରେ
ନିରବତା ପହଞ୍ଚାଇଦେବ ସଫଳତାର ଶୀଖରେ || ✍ଶୁକଦେବ ମହାନ୍ତ✍
ସମୟର ଇସାରାରେ
ସମ୍ପର୍କର ନଦୀ ତୀରେ
ସୁଖର ଶ୍ରାବଣ ଆସି ଚାଲିଯାଏ
ଦୁଃଖର ତାଣ୍ଡବ ପରେ ,
ଆକାଶରେ ଜହ୍ନ ହସେ ଖିଲି ଖିଲି
ବିଭାବରୀ ସାନିଧ୍ୟରେ
ଶୀତଳ ଜୋଛନା କୋମଳ ପରଶେ
ଯାମିନୀ ସ୍ନାହାନ କରେ,
ଜହ୍ନ ହଜିଯାଏ ବିଭାବରୀ ବକ୍ଷେ
ମତୁଆଲା ପ୍ରୀତି ମଦିରାରେ
ସରସୀ ଜଳରେ ମତୁଆଲୀ କଇଁ
ଟଳମଳ ସେ ପ୍ରୀତି ନିଶାରେ,
ସୂରୁଜ ପଙ୍କଜ ସେହିଭାବେ ବନ୍ଧା
ସମ୍ପର୍କର ଭାବ ଡୋରୀରେ
ସମୟ ସୁଅରେ ସମ୍ପର୍କ ନଦୀରେ
କେତେ ମିଳନରେ ବିଛେଦରେ,
ମଣିଷ ଜୀବନେ ଜନ୍ମରୁ ମରଣ
ସମ୍ପର୍କ ନଦୀ ସୁଅରେ
କେତେଯେ ଉତ୍ଥାନ କେତେ ଯେ ପତନ
ପଥ ଦେଇ ଗତି କରେ ।