https://storymirror.com/read/poem/oriya/t4bh4059/khuudiiraam-laal-slaam/detail
Author Archives: Sukadevmahanta
ସ୍ବାଧୀନତା ଦିବସରେ ମୋର ନିବେଦନ
ହେ ମୋର ପ୍ରିୟ ଭାରତୀୟ! ଦେଶ ହିତରେ ମନଦିଅ ||
ଅଳସ ପଣ ମନୁ ତେଜ ସକଳେ କର୍ମବୀର ସାଜ ||
ଅଳସ ଅସାଧ୍ୟ ଯେ ମଣେ କର୍ମ ଭୀରୁ ସେ ଅଟେ ଜଣେ ||
ଅଳସ ପଣ ପରିହର ହୁଅ ହେ ସର୍ବେ କର୍ମବୀର ||
ରଖିଣ ଅଦମ୍ୟ ସାହସ ଅଳସ ପଣ କର ବଶ ||
ଲୋଡିବା ଦେଶର କଲ୍ୟାଣ କରିବା ଦେଶର କଲ୍ୟାଣ ||
ଦେଶର ସୁରକ୍ଷା ନିମିତ୍ତ ହୋଇବା ସର୍ବେ ଏକଚିତ୍ତ ||
ଦେଶମାତୃକାର କଲ୍ୟାଣ ମଣିବା ଜୀବନକୁ ତୃଣ ||
ଦେଶର ହିତେ ନିଜ ହିତ ମଣିବା ହୋଇ ଏକଚିତ୍ତ ||
ଉଦ୍ୟୋଗ ଗଢି ଦେଶ ଲାଗି ହୋଇବା ସର୍ବେ ଉଦଯୋଗୀ ||
ଛାତିରେ ଅଦମ୍ୟ ସାହସ ସଫଳ ହେବାର ରହସ୍ୟ ||
ସାହସ ସହକାରେ କାର୍ଯ୍ୟ କଲେ ସଫଳ ସର୍ବ କାର୍ଯ୍ୟ ||
ସକଳ ମନ ଏକମନ ସ୍ବାର୍ଥକୁ କରିବା ଦମନ ||
ଜାତୀୟ ଏକତାର ନୀତି ଆଚରି ରଖିବା ସଂହତି ||
ଜାତୀୟ ସଂହତିର ବଳେ ଅସାଧ୍ୟ ସାଧ୍ୟ ହେବ ଭଲେ ||
ଦେଶର ସ୍ବାର୍ଥେ ନିଜ ସ୍ବାର୍ଥ ତୁଚ୍ଛ ମଣିବା ଆତ୍ମ ସ୍ବାର୍ଥ ||
ଦେଶଦ୍ରୋହୀ ଓ ସ୍ବାର୍ଥ ରଙ୍କ ଅଟଇ ବିଶ୍ବର କଳଙ୍କ ||
ବିଶ୍ବ ଭ୍ରାତୃତ୍ବ ବିଶ୍ବ ପ୍ରେମ ବିଶ୍ବବାସୀ କୁଟୁମ୍ବ ସମ ||
ସର୍ବ ମଣିଷ ଯେ ସମାନ ସକଳ ହୃଦେ ହେଉ ଜ୍ଞାନ ||
କଳା ଗୋରା ବା ଉଚ୍ଚ ନୀଚ୍ଚ ଭାବନା ରଖେ ମନେ ନୀଚ୍ଚ ||
ହୋଇବା ସର୍ବେ ଏକମନ ସରବେ ହେବା ଏକ ପ୍ରାଣ ||
ହିଂସା ଦ୍ବେଷ ମନରୁ ତେଜି ସ୍ନେହ ପ୍ରୀତିରେ ବାନ୍ଧ ଆଜି ||
ପରର ମନେ ଦୁଃଖ ଦେଖି ଝରାଉ ଲୁହ ସର୍ବ ଆଖି ||
ପରର ଆନନ୍ଦରେ ସୁଖି ପର ଦୁଃଖରେ ହେବା ଦୁଃଖୀ ||
ପ୍ରକୃତି ଓ ପର୍ଯ୍ୟାବରଣ ସୁରକ୍ଷା ଲାଗି ଦେବା ଧ୍ୟାନ ||
ସ୍ବଚ୍ଛ ଥିଲେ ପର୍ଯ୍ୟାବରଣ ନିରାମୟ ହେବ ଜୀବନ ||
ସକଳ ପ୍ରାଣୀ ସ୍ବାଧୀନତା ବଞ୍ଚାଇ ରଖେ ଜୀବ ସତ୍ତା ||
ଧରଣୀ ଆମର ଜନନୀ ଯାହା ସନ୍ତାନ ସର୍ବପ୍ରାଣୀ ||
ସକଳ ଜୀବେ କର ଦୟା ତେଜିଣ ସର୍ବ ମୋହ ମାୟା ||
ଦୁର୍ନୀତି ଭ୍ରଷ୍ଟାଚାରମାନ ପ୍ରଗତି ବାଧକ ବୁଝିଣ ||
ହୋଇବା ସର୍ବେ ଏକ ପ୍ରାଣ ଦୁର୍ନୀତି କରି ଉତ୍ପାଟନ ||
ସକଳେ ହୋଇଣ ସ୍ବାଧୀନ ଯେସନେ କରେ ବିଚରଣ ||
କରିବା ନିଶ୍ଚିତ ବିଶ୍ବରେ ସହାବସ୍ଥାନ ପ୍ରଶାନ୍ତିରେ ||
ବସୁଧୈବ କୁଟୁମ୍ବକମ୍ ଭାବନା କରିବାନି କମ୍ ||
ସ୍ବାର୍ଥକୁ ଦେବାରେ ଆହୂତି ମନରେ ରଖି ବିଶ୍ବ ପ୍ରୀତି ||
ବିଶ୍ବର କଲ୍ୟାଣ ନିମିତ୍ତ ହୋଇବା ସର୍ବେ ଏକଚିତ୍ତ ||
ହସିବ ଏ ସାରା ଜଗତ ସକଳ ସୁଖେ ଆତଯାତ ||
ଭାରତ ହୋଇବି ସ୍ବାଧୀନ ପରାଧୀନ ତାହାର ଜନ ||
ଶୋଷଣ କଷଣରୁ ମୁକ୍ତି ମିଳିଲେ ହୋଇବ ପ୍ରଗତି ||
ନାରୀର ଧର୍ଷଣ କଷଣ ସୂଚାଏ ସେ ନୁହେଁ ସ୍ବାଧୀନ ||
ହୃଦକୁ ପଚାର ପ୍ରଶନ ସତେକି ଭାରତ ସ୍ବାଧୀନ ||
ଜାଗହେ ଜାଗ ଶତପ୍ରାଣ କରିବା ଦେଶକୁ ସ୍ବାଧୀନ ||
କ୍ଷୁଧା ଦୁର୍ନୀତି ଓ ଶୋଷଣ ଦେଶୁ ହଟାଇ ଚିରଦିନ ||
ରଚିବା ଅନ୍ତିମ ସଂଗ୍ରାମ ଦୁର୍ନୀତି ବିରୁଦ୍ଧେ ସଂଗ୍ରାମ ||
ସ୍ବାଧୀନତା ଶେଷ ଲଢେଇ ଦେବ ଭ୍ରଷ୍ଟାଚାର ହଟାଇ ||
ଲଢିବା ହୋଇ ଏକ ପ୍ରାଣ ହୋଇବା ପ୍ରକୃତ ସ୍ବାଧୀନ ||
ଜୀଇଁବା ସ୍ବାଧୀନ ଜୀବନ ନଥିବ କାହାରି ଦମନ ||
ଆଜିର ଏହି ଅନୁଚିନ୍ତା ସ୍ବାଧୀନ ଭାରତର ଚିନ୍ତା ||
ସର୍ବେ ଯେହ୍ନେ ସ୍ବାଧୀନଚେତା ମନରେ ମୋର ଏହି ଚିନ୍ତା ||
The unforgotten memory
ଖୂଦୀରାମ୍ ! ଲାଲ ସଲାମ୍ !
✍ଖୂଦୀରାମ ! ଲାଲ ସଲାମ✍
✉✉✉✉✉✉✉✉✉✉✉
ଉଣେଇଶ ଶହ ଆଠ
ଅଗଷ୍ଟ ଏଗାର
ହସ ହସ ମୁହଁତାର ବୟସ ଅଠର
ମୁଜାଫରପୁର ଜେଲ
ପ୍ରଦେଶ ବିହାର
ଖୂଦୀରାମ୍ ବୋଷ୍ କ୍ରାନ୍ତିକାରୀ ଭାରତ ମାଟିର 11
ଯୁଗାନ୍ତର ସଦସ୍ୟ ସେ
ହୋଇଥିଲା ନାମେ ତାର
ବୋମା ବଳେ ହତ୍ୟା ଅଭିଯୋଗଅତି ଗୁରୁତର
ହୋଇଛି ସାବ୍ୟସ୍ତ
ହତ୍ୟା କରିଅଛି ବୋଲି
ଏକ ଇଂରେଜ ରମଣୀ ସଙ୍ଗେ ତାର ସନ୍ତାନର 11
ଉଣେଇଶ ଶହ ପାଂଚ
ମସିହାରେ ଲର୍ଡ କର୍ଜନ
କରିଥିଲେ ବଙ୍ଗ ଭଙ୍ଗ ଭାଙ୍ଗିବାକୁ ବଙ୍ଗାଳୀ ଏକତାର
ହିନ୍ଦୁ ମୁସଲମାନ୍ ଜୈନ
ବୌଦ୍ଧ ଅବା ଖ୍ରୀଷ୍ଟିୟାନ୍
ବଙ୍ଗଳା ଅଟେ ଭାଷା ଯହିଁ ଭାବ ଆଦାନ ପ୍ରଦାନର 11
ହୋଇଥିଲା ଅଭିସନ୍ଧି
ମୁସଲମାନ୍ ହିନ୍ଦୁ ମଧ୍ୟେ
କରିବାକୁ ଠିଆ ପାଚେରୀଟେ ସାଂପ୍ରଦାୟିକ ବିଭେଦର
ଭାଗ ଭାଗ କରି
ନଷ୍ଟଭ୍ରଷ୍ଟ କରିବାକୁ
ଭାରତୀୟ ଏକତା ଜାରି ରଖିବାକୁ ଅନ୍ୟାୟ ଅତ୍ୟାଚାର 11
ଖେଳିଗଲା ଅସନ୍ତୋଷ
ତେଜିଲା ବିଦ୍ରୋହ ରୋଷ
ଆରମ୍ଭିଲା ପ୍ରୟାସ ଇଂରେଜଙ୍କୁ ଏ ଦେଶୁ ତଡିବାର
ଡଗଲାସ୍ କିଙ୍ଗ୍ସ ଫୋର୍ଡ
ଇଂରେଜ ଜଜ୍ ସାହେବ
ବିନାଦୋଷେ ଦଣ୍ଡ ବିଧାନ କରିଲେ କ୍ରାନ୍ତିକାରୀଙ୍କର11
ଖୁଦୀରାମ୍ ଏହା ଦେଖି
ନ ପାରିଲା ସହି
ବୟସ ତା ହୋଇଥିଲା ମାତର ପନ୍ଦର
କଲା ସେ ବଜ୍ର ଶପଥ
ହେବ କ୍ରାନ୍ତିକାରୀ
ବୋମା ଫିଙ୍ଗି ମାରିବ କିଙ୍ଗ୍ସଫୋର୍ଡ ଅନ୍ୟାୟ ବିଚାର 11
ବୁଝିଥିଲା ଖୁଦୀରାମ୍
ଭିକ ମାଗି ସ୍ବାଧିନତା
ହାସଲ କରିହେବନାହିଁ ହଟିବନି ଇଂରେଜ ସରକାର
ଅନୁଶୀଳନ ସମିତି
ଯୁଗାନ୍ତରେ ଗଲା ମିଶି
ହାସଲ କଲା ଦକ୍ଷତା ସେ ବୋମା ତିଆରି କରିବାର 11
ପ୍ରଫୁଲ୍ଲ ଚାକି ସଙ୍ଗତରେ
ଆନ୍ଦୋଳନେ ଝାସ ଦେଇ
ଦେଖିଲା ସ୍ବପ୍ନ ସେ ଶୋଷଣମୁକ୍ତ ସ୍ବାଧୀନ ଭାରତର
କିଙ୍ଗ୍ସଫୋର୍ଡ ଲକ୍ଷ୍ୟରଖି
ଫିଙ୍ଗାହେଲା ବୋମାଟିଏ
ବର୍ତ୍ତିଗଲେ କିଙ୍ଗ୍ସଫୋର୍ଡ ମୃତ୍ୟୁ ହେଲା ଇଂରେଜ ରମଣୀର 11
ବନ୍ଦୀ ହେବା ଆଗୁ ଚାକୀ
କଲେ ଆତ୍ମ ହତ୍ୟା
ଧରାହେଲେ ଖୂଦୀରାମ୍ ଶେଷେ ପାଇଲେ ଦଣ୍ଡ ଫାଶୀର
ଉଣେଇଶ ଶହ ଆଠ
ଅଗଷ୍ଟ ଏଗାର
ଫାଶୀ ଖୂଣ୍ଟେ ଅକୁଣ୍ଠେ ଚଳିଲେ ଅମର ଶହୀଦ୍ ଭାରତର 11
ଏକ ଶହ ତେରତମ
ତୁମ ବଳିଦାନ ଦିବସରେ
ଆହେ ଖୂଦୀରାମ୍ କରେ ମୁଁ ଲାଲ ସଲାମ୍ କରଇ ସ୍ମରଣ
ମୃତ୍ୟୁଂଜୟ ତୁମେ
ଭାରତ ଭୁବନେ
ଯାବତ୍ ଚନ୍ଦ୍ରାର୍କେ ହେବ ନାହିଁ ତୁମର ମରଣ 11 ✍ଶୁକଦେବ ମହାନ୍ତ✍
ହିରୋସୀମା ଦିବସ
Keep that fear in mind
ସେହି ଭୟଟିକୁ ରଖ ବୁକୁରେ ତୁମର
https://www.facebook.com/groups/305046080590803/permalink/310942150001196/?sfnsn=wiwspmo
