ସମାନତାEquality

✍ସମାନତା✍


✍ଶୁକଦେବ ମହାନ୍ତ✍


ବୈଜ୍ଞାନିକ ଚିନ୍ତାଧାରା ନେଇଖୋଜି ବିଶ୍ବସାରା
ତନ୍ନତନ୍ନକରି ରକ୍ତଅଣୁ ସକଳ,
ଭ୍ରମି ମୁହିଁ ସବୁ ସ୍ଥାନେ ସର୍ବ ଜାତି ସର୍ବ ବର୍ଣ୍ଣେ
ପରୀକ୍ଷା କରିଛି ମୁହିଁ ଆମୂଳଚୂଳ,
ମିଳିନାହିଁ ଭିନ୍ନତା କାହିଁ,
ରକତ କଣିକା ସବୁ ସମାନ ତହିଁ||
ଭାରତୀୟ ସମ୍ବିଧାନ କର ସର୍ବେ ପ୍ରଣିଧାନ
ସକଳ ଜନର ଅଛି ସମାଧିକାର,
ନାରୀ ହେଉ କି ପୁରୁଷ ସବୁଧର୍ମର ମଣିଷ
ଯେଉଁ ଜାତି ଭାଷା ବର୍ଣ୍ଣ ହେଉ ଯାହାର,
ସରବେ ଈଶ୍ବର ସନ୍ତାନ,
ଈଶ୍ବରଙ୍କ ଦରବାରେ ସର୍ବେ ସମାନ||
କୁହ ତେବେ କିସପାଇଁ ଭେଦା ଭେଦ ଭାବ ଭାଇ
ଜାଣ ସର୍ବେ ସମାନତାର ଅଧିକାର,
ଜାତିଧର୍ମ ନର ନାରୀ ଉଚ୍ଚ ନୀଚ୍ଚ ଭେଦ କରି
କରେ ଯଦି କେବେ ତୁମଠି ଅତ୍ୟାଚାର,
ଉଠାଅ ହେ ତୁମରି ସ୍ବର,
ସମାନତା ଅଧିକାର ସାବ୍ୟସ୍ତ କର||
ନଈ ନାଳ ବିଲ ବନ ଗାଆଁ ଦାଣ୍ଡ ବିଦ୍ୟାଳୟ
ସବୁଥିରେ ଅଛି ସମାନ ଅଧିକାର,
ସର୍ବ ସାଧାରଣ ସ୍ଥାନ ସର୍ବାଧିକାର ସମାନ
କାହିଁ ନାହିଁ ଶୋଷଣ କଷଣର ସ୍ଥାନ,
ସଭିଏଁ ଅଟନ୍ତି ସମାନ,
ସମାନତା ଅଧିକାର ସବୁରି ଜାଣ||

✍ମହେଶ୍ବର ଅନୀତା ଭିଲ୍ଲା,
ଶ୍ରୀରାମ ନଗର, ମଧୁପାଟଣା,
କଟକ-753010****


ଜାତୀୟ ସଦ୍ଭାବନା ଦିବସର ପ୍ରତିବେଦନ

✍ଜାତୀୟ ସଦ୍ଭାବନା ଦିବସର ପ୍ରତିବେଦନ

✍✉✉✉✉✉✉✉✉✉✉✉✉✉✉✉✉✉✉✉✉

ପୁଣ୍ୟଭୂମି ଭାରତର      ଜଣେସୁଯୋଗ୍ୟ ସନ୍ତାନ      ପୁଣ୍ୟାତ୍ମା ରାଜୀବ ଗାନ୍ଧୀ ହେଲେ ଜନମ

ଲୌହ ମାନବୀ ଇନ୍ଦୀରା       କୋଳ ମଣ୍ଡନ କରିଣ            ଯୁଗ ଯୁଗ ଧରି ରଖିଗଲେ ସୁନାମ       

     ଅଗଷ୍ଟର କୋଡିଏ ଦିନ 

ଉଣୈଶ ଚୌରାଳିଶର ଶୁଭ ଲଗନ ||   

ଜବାହରଙ୍କର ନାତି      ଫିରୋଜ ଗାନ୍ଧୀଙ୍କ ସୁତ    […]

ଜାତୀୟ ସଦ୍ଭାବନା ଦିବସର ପ୍ରରିବେଦନ

ସ୍ବପ୍ନ ଗୋ ତୁମେ


ସ୍ବପ୍ନ ଗୋ ତୁମେ ଚିର ସବୁଜ
ସୁନ୍ଦରୀ ପ୍ରେମିକାଟିିଏ
ଦେଖାଅ କେବେ ମରୁଝର ତ
କେବେ ମରୀଚିକାଟିଏ ||

କେବେ ଦେଖାଅ ଆଶା ଆଲୋକ
ଶାନ୍ତ କାନ୍ତ ଜହ୍ନଟିଏ
କେବେ ଦେଖାଅ ଅମା ଅନ୍ଧାରେ
ମିଞ୍ଜିମିଞ୍ଜି ତାରାଟିଏ||

ଭଲପାଏ ଯେ ଦେଖିବାକୁ ତୁମ୍ଭେ
ରାତି ଛୋଟ ହୋଇଯାଏ
ତୁମ ରୂପର ବୈଭବ ଦେଖୁ
ଦେଖୁ ରାତି ସରିଯାଏ ||

ଯିଏ ତୁମକୁ ସାକାର କରି
ସଫଳ ହେବାକୁ ଚାହେଁ
ଅଧ୍ୟବସାୟ ନିଷ୍ଠାପରତା
ସହକାରେ କରିଥାଏ ||•

ସ୍ବପ୍ନ ସାକାର ପ୍ରଚେଷ୍ଟାରେ ତା
ଦିନବି ଛୋଟ ହୁଅଇ
ଦିନ ରାତିକୁ ଏକ କରିଣ
ଖଟିବାକୁ ହୁଏ ଭାଇ ||

ଦୃଢ ମନରେ ସ୍ବପ୍ନ ପଛରେ
ଭଲପାଇ ଯିଏ ଧାଏଁ
ସ୍ବପ୍ନ ତାହାର ପୂରା କରିବାରେ
ଦିନ ଛୋଟ ହୋଇଯାଏ||

ସ୍ବପ୍ନ ଦେଖିବା ଆରମ୍ଭ କଲେ
ରାତି ଛୋଟ ମନେ ହୁଏ
ପୂରା କରିବା ଭଲ ପାଇଲେ
ଦିନ ଛୋଟ ମନେହୁଏ ||

ସ୍ବପ୍ନ ନାୟିକା ନିଦ୍ରାରେ ଆସି
ସୁଖ ଦିଏ କ୍ଷଣ ପାଇଁ
ନିଦ ଭାଙ୍ଗିଲେ ସତ୍ତା ହରାଇ
କୁଆଡେ ଯାଏ ଉଭେଇ ||

ସଚେତନରେ ସ୍ବପ୍ନ ନାୟିକା
ନିଦକୁ ନିଏ ଚୋରାଇ
ଦିନର ଶେଷେ ରାତ୍ରୀ ଆସଇ
ରଜନୀ ବି ଯାଏ ପାହି ||

ଚକ୍ଷୁ ପଲକ ପଡେନି ଜମା
ତା ଦେହରେ ଥାଏ ମତି
ରାତି ଓ ଦିନ ପ୍ରାପ୍ତି ନିଶାରେ
ସାଧନାରେ ଯାଏ ବିତି ||

ସ୍ବପ୍ନ ନାୟିକା ହୁଏ କରାୟତ୍ତ
କଠୋର ସାଧନା ଶେଷେ
ମନ ପ୍ରାଣକୁ ଢାଳି ଦିଏ ସେ
ଲୋଟିକୋଳେ ମଧୁ ହାସେ ||

ଋଷି ବାଲ୍ମିକୀ ସ୍ବପ୍ନ ବିଳାସେ
ଦେଖିଲେ ଆଗ୍ନେୟ ଅସ୍ତ୍ର
ଆଜି ବିଜ୍ଞାନୀ ସେହି ସ୍ବପ୍ନରୁ
ଗଢେ ଅଗ୍ନି କ୍ଷେପଣାସ୍ତ୍ର ||

ସଚେତନରେ ଲଙ୍କାପତିଙ୍କ
ପୁଷ୍ପକ ବିମାନ ସ୍ବପ୍ନ
ଦେଖି ବିଜ୍ଞାନୀ ଚେଷ୍ଟା କରିଣ
ଗଢିଅଛି ବ୍ୟୋମଜାନ ||

ସ୍ବପ୍ନ ନାୟିକା ଅନିନ୍ଦ୍ୟ ରୂୂପସୀ
ସ୍ବପ୍ନ ଦେଖ ଚେଇଁକରି
ତାହାର ପଛେ ପଡି ଥାଅରେ
ଦିନ ରାତି ଏକ କରି ||

ଜ୍ଞାନ ବିଜ୍ଞାନ କ୍ଷେତ୍ରେ ନବୀନ
ରୂପସୀ ନାୟିକା ସ୍ବପ୍ନ
ଦେଖି ସକଳେ ପ୍ରଚେଷ୍ଟା ବଳେ
କର ନୂଆ ଉଦ୍ଭାବନ ||

ଲାବଣ୍ୟ ବତୀ ସ୍ବପ୍ନ ନାୟିକା
ପାଦରେ ପାଦ ମିଶାଇ
ରମ୍ୟ ରସରେ ଅଦମ୍ୟ ଆବେଗେ
ନାଚି ଚାଲ ଥେଇ ଥେଇ ||

ସପନ ଦିନେ ସତ୍ୟ ହୋଇବ
ସେତିକି ଭଲ ପାଇଲେ
ରଜନୀ କ୍ଷୁଦ୍ର ଦିବସ କ୍ଷୁଦ୍ର
ହେଲେ ପାଇବା ନିଶାରେ ||