✍ବିଶ୍ବ ରୋଗୀ ନିରାପତ୍ତା ଦିବସ✍

✍ବିଶ୍ବ ରୋଗୀ ନିରାପତ୍ତା ଦିବସ✍
✉✉✉✉✉✉✉✉✉
ଆଜି ସେପ୍ଟେମ୍ବର ସତର ଏକ ମହାନ ଦିବସ
ବିଶ୍ବ ରୋଗୀ ନିରାପତ୍ତା ଦିବସ ପାଳନ କରେ ବିଶ୍ବ

ଡାକ୍ତରୀ ବିଦ୍ୟାର ଉଦ୍ଦେଶ୍ୟ ଅଟଇ ସର୍ବେ ଶୁଣ
ରୋଗବିଲୋପନ ବିଶ୍ବରୁ କରି ରୋଗୀ କଲ୍ୟାଣ

ରୋଗରୁ ମୁକତି ଦେଇଣ ବିଶ୍ବେ ସୁଖୀ ଜୀବନ
ପ୍ରତିଷ୍ଠା କରିବା ନିମିତ୍ତ ଏହା କରେ ଉଦ୍ୟମ

ରୋଗୀର ଚିକିତ୍ସା ସମୟେ ରହେ ସବୁରି ଧ୍ୟାନ
ରୋଗ ଭଲ ହେବା ସାଙ୍ଗକୁ ରୋଗୀ ସୁରକ୍ଷା ଧ୍ୟାନ

ରୋଗୀ ନେଉଥିବା ଡାକ୍ତରୀ କାର୍ଯ୍ୟକଳାପମାନ
ହେବା କଥା ସେସବୁ ପାର୍ଶ୍ବ ପ୍ରତିକ୍ରିୟା ବିହୀନ

ରୋଗ ଭଲ ହେଉ ନହେଉ ରୋଗୀ କ୍ଷତି ନ ସହୁ
ରୋଗୀ ନିରାପତ୍ତା ସବୁରି ପ୍ରଧାନ ଧ୍ୟେୟ ହେଉ

ଭୁଲ୍ ଚିକିତ୍ସାରେ କାହାରୀ ଜୀବ କେବେ ନଯାଉ
ଚିକିତ୍ସକ ଦଳ ସର୍ବଦା ଏହା ପ୍ରାଧାନ୍ୟ ଦେଉ

ବିଶ୍ବ ରୋଗୀ ନିରାପତ୍ତା ଦିବସେ ମୋର ଏ ନିବେଦନ
ଚିକିତ୍ସକ ସର୍ବେ ଦିଅ ହେ ରୋଗୀ ନିରାପତ୍ତାରେ ଧ୍ୟାନ

ଏ ପୁଣ୍ୟ ଦିବସେ କର ହେ ଏହି ମହାନ ଚିନ୍ତନ
ସାରା ବିଶ୍ବେ ନିରାପଦ ହେ ରହୁ ରୋଗୀ ଜୀବନ

✍ଶୁକଦେବ ମହାନ୍ତ✍

Leave a Comment