ସମ୍ପର୍କ ନଦୀର ତୀରେ

ସମୟର ଇସାରାରେ 

  ସମ୍ପର୍କର ନଦୀ ତୀରେ

  ସୁଖର ଶ୍ରାବଣ  ଆସି ଚାଲିଯାଏ

  ଦୁଃଖର ତାଣ୍ଡବ ପରେ ,

ଆକାଶରେ ଜହ୍ନ ହସେ ଖିଲି ଖିଲି

 ବିଭାବରୀ ସାନିଧ୍ୟରେ

ଶୀତଳ ଜୋଛନା କୋମଳ ପରଶେ

   ଯାମିନୀ ସ୍ନାହାନ  କରେ,

ଜହ୍ନ ହଜିଯାଏ   ବିଭାବରୀ ବକ୍ଷେ

    ମତୁଆଲା ପ୍ରୀତି ମଦିରାରେ

ସରସୀ ଜଳରେ  ମତୁଆଲୀ କଇଁ

   ଟଳମଳ ସେ ପ୍ରୀତି ନିଶାରେ,

ସୂରୁଜ ପଙ୍କଜ   ସେହିଭାବେ ବନ୍ଧା

    ସମ୍ପର୍କର ଭାବ ଡୋରୀରେ

ସମୟ ସୁଅରେ    ସମ୍ପର୍କ ନଦୀରେ

   କେତେ ମିଳନରେ ବିଛେଦରେ,

ମଣିଷ ଜୀବନେ   ଜନ୍ମରୁ ମରଣ

    ସମ୍ପର୍କ ନଦୀ ସୁଅରେ

 କେତେଯେ ଉତ୍ଥାନ   କେତେ ଯେ ପତନ 

       ପଥ ଦେଇ ଗତି କରେ ।

Leave a Comment