କାଳିଆରେ ତୋର ଉଡ଼ୁଅଛି ନେତ
ପତିତ ପାବନ ନାମେ
ଏକା ଏକା ଆସି ରଥପରେ ବସି
ବାହାରିଛୁ କେଉଁ କାମେ ||
ଏ ସାରା ଜଗତ ଦୁଃଖେ ହନୁସନ୍ତ
ମହାମାରୀ ପ୍ରପୀଡିତ
ଭକ୍ତଙ୍କ ସୁରକ୍ଷା ଚିନ୍ତାର କାରଣେ
ବିନା ଭକ୍ତେ ରଥଯାତ||
ପତିତ ପାବନ ଜଗତ ଜୀବନ
ମନ୍ଦିରୁ ବାହାରି ଆସି
ଦେଖିନିଅ ବାରେ ଭଗତ ଜନଙ୍କ
ଦୁଃଖପୂର୍ଣ୍ଣ ଦିବାନିଶି ||
ଧରି ସୂଦର୍ଶନ କରାଅ ଘୂର୍ଣ୍ଣନ
କରୋନାର ଗଳାଦେଶେ
ହସିଉଠୁ ଧରା ପୁଣିଆଉଥରେ
ନବ ଆଶାର ଉନ୍ମେଶେ ||
ନୀଳାଦ୍ରୀ ସରସେ ହେ ପଙ୍କଜ ମୁଖ
ହସି ହସାଅ ସକଳେ
ମହୋଦଧି ତୋର ଲହରୀର ତାର
ପାପ ଧୋଉ ପୁଣ୍ୟ ଜଳେ ।
ଯାଇ ମୁଁ ପାରୁନି ବଡ ଦାଣ୍ଡେ ତୋର
ଛାର ଭାଗ୍ୟ ମୋର କାହିଁ
ଦୂରରୁ କରୁଛି କୋଟି ଦଣ୍ଡବତ
ହେ ପ୍ରଭୁ ଜଗତସାଇଁ !
