ଓଡିଆ ମୋ ଭାଷା

ଓଡିଶା ମୋ ଘର ଓଡିଆ ମୋ ଭାଷା ଓଡିଆ ମୋ ପ୍ରାଣ ସୁର

ଏହି ଓଡିଶାର ମାୟା ଭରା ପଥେ ଚାଲିଅଛି ଏତେ ଦୂର ||

ଚାଲୁଅଛି ମୁହିଁ ଚାଲିବାକୁ ଅଛି ବହୁ ଦୂର ପଥ ବାକି

ଚାଲୁଥିବି ମୁହିଁ ପଡିବିନି ଥକି ବୁଜିବା ଆଗରୁ ଆଖି ||

ଓଡିଆ ମୋହର ଜୀବନ ଆନନ୍ଦ ଓଡିଆ ମନର ସୁଖ

ଯେଉଁଠି ବି ଯାଏ ଯେତେ ଦୂରେ ଥାଏ ଦେଖେ ଓଡିଶାର ମୁଖ ||

ମୁହିଁରେ ଓଡିଆ ମୋ ଭାଷା ବଢିଆ ବଢିଆ ତା ଚମ୍ପୂ ଛାନ୍ଦ

ଓଡିଶୀ ସଂଗୀତ ତା ଓଡିଶୀ ନୃତ୍ୟନର୍ତ୍ତକୀ ଚପଳଛନ୍ଦ ||

ନଦନଦୀ ତାର ଧୂଏ ତା ଶରୀରପାଦ ଧୂଅଇ ସାଗର

ତା ନଦୀର ନୀର ଅମୃତ ସମାନ

ମା ଉତ୍କଳ ସ୍ତନ କ୍ଷୀର

ଓଡିଶା ମାଟିର ଉପରେ ଅରଣ୍ୟ

ସବୁଜ ଗିରି ପ୍ରାନ୍ତର

ଯା ମାଟିର ତଳେ ଅମାପ ଖଣିଜ

ରତ୍ନଗର୍ଭା ମାଆ ମୋର

ଓଡିଶା ମୋ ମାଆ ଓଡିଆ ମୋଭାଷା ଓଡିଆ ମୋ ପ୍ରାଣ ସୁର ||

ଓଡିଶା ମାଟିରୁ ଉପରେ ଚାହିଁଲେଦିଶଇ ନୀଳ ଆକାଶ

ସାଗର ଦେଶରୁ ଉଇଁଣ ସୂରୂଜଢାଳେ ଉଜ୍ଜ୍ବଳ ପ୍ରକାଶ

ଦିନସାରା ରବି ତା ଆକାଶ ପଥେଢାଳିଚାଲେ ରଶ୍ମୀଧାରା

ସଞ୍ଜ ଯେବେ ଆସେ ନଭେ ଜହ୍ନ ହସେ ହସେ କୋଟି କୋଟି ତାରା

ସାଗର ଦେହରେ ରୂପେଲି କିରଣେଝଲମଲ ହୋଇ ଦିଶେ

ସତେକି ଉତ୍କଳ ପାଦର ପାଉଁଜିରୂପା ପରି ଧଳା ଦିଶେ

ନାବରେ ନାଉରୀ ମତ୍ସ୍ୟ ଧରି ଧରି ଝରାଏ ଅମୃତ ଗୀତ

ଗଲାଣି ଗଲା କଥାରେ ସଂଗାତ

ଧନ୍ୟ ବଳଦେବ ରଥ

ସନ୍ତାନ ଯାହାର ସାହସୀ ସାଧବଲଙ୍ଘୀ ସାତ ପାରାବାର

ଜାଭା ବୋର୍ଣ୍ଣିଓ ସୁମାତ୍ରା ଦ୍ବୀପରେ

କରି ବଣିଜ ବେପାର

ବୋହିଆଣୁଥିଲେ ଧନ ଦଉଲତ ଯୋଗ୍ୟ ପୁଅ ଓଡିଶାର

ସେ ଓଡିଶା ଅଟେ ଜନ୍ମ ଭୂମି ମୋର ଅଟେ କର୍ମଭୂମି ମୋର

ଓଡିଆ ମୋ ଭାଷା ମୋ ମନର ଆଶା ଓଡିଆ ମୋ ପ୍ରାଣ ସୁର

ସେହିଓଡିଶାର ମାୟା ଭରା ପଥେ ଚାଲିଛି ମୁଁ ଏତେ ଦୂର ||

ଏଇ ଓଡିଶାର ସୁଯୋଗ୍ୟ ସନ୍ତାନ ଧନ୍ୟ ସେ କଳିଙ୍ଗ ବୀର

ଚଣ୍ଡାଶୋକ ଆସି ଧର୍ମାଶୋକ ହେଲେ ମହିମା ଏଇ ମାଟିର

ଶାନ୍ତି ମୈତ୍ରୀର ଧ୍ବଜା ଉଡାଇଲେ ବିଶ୍ବରେ ମଗଧ ବୀର

ସେ ଓଡିଶା ମୋର ଅଟଇ ଜନନୀଓଡିଆ ଭାଷା ମୋହର

ଓଡିଆ ମୋହର ଜୀବନ ଆନନ୍ଦ ଓଡିଆ ମୋ ପ୍ରାଣ ସୁର

ସେହି ଓଡିଶାର ମାୟା ଭରା ପଥେଚାଲିଛି ମୁଁ ଏତେ ଦୂର |

ସେ ଓଡିଆ ବୀର ମହାମେଘବାହନ ଐର ଖାରବେଳ ବୀର

ଗଙ୍ଗାରୁ ଆରମ୍ଭି ଗୋଦାବରୀ ଯାଏ

ବଢାଇଲେ ତା ଶରୀର

ପ୍ରସ୍ତର ଦେହରେ ସର୍ପ ହାତୀ ଗୁମ୍ଫାକୀର୍ତ୍ତି ଖାରବେଳଙ୍କର

ପ୍ରଭୁ ଲୀଙ୍ଗରାଜ ପ୍ରଭୁ ଜଗନ୍ନାଥ ତାରିଣୀ ମାଆ ମୋହର

ମା ସମଲେଶ୍ବରୀ ମା ଚଣ୍ଡୀ ଚର୍ଚ୍ଚିକା ସାହା ଆମ ଓଡିଶାର

ତାଙ୍କ ଆଶିଷରେ ଉତ୍କଳ ମାତାରସେ ସୁଯୋଗ୍ୟ କାରିଗର

ଚନ୍ଦ୍ରଭାଗା ଦେହେ ସାଗର ତଟରେ ଗଢି କୋଣାର୍କ ମନ୍ଦିର

ବିଶ୍ବେ ସପ୍ତାଶ୍ଚର୍ଯ୍ୟ ସେ ସୂର୍ଯ୍ୟ ମନ୍ଦିର ଯଶ ଓଡିଶା ମାଆର l